ରେଭେନ୍ସାରେ ଅନେକ ଥର ଛାତ୍ର ଅଶାନ୍ତି ମୁଣ୍ଡ ଟେକିଛି । ହେଲେ ତାର ଆଶୁ ସମାଧାନ ମଧ୍ୟ କରାଯାଇଛି । ଏଥର କିନ୍ତୁ ୨୪ ଘଣ୍ଟାରୁ ଅଧିକ ସମୟ ଧରି ଛାତ୍ର ମାନେ ଧାରଣାରେ ବସିଛନ୍ତି । ଯାହାର ସମାଧାନ ଲାଗି ବାରମ୍ବାର ଆଲୋଚନା ହେଉଥିବା ସତ୍ତ୍ବେ ସମାଧାନର ସୂତ୍ର ବାହାରି ପାରୁନାହିଁ ।